Categories: ଜାତୀୟ

ବିହାର କଂଗ୍ରେସରେ ଫାଟ: ବାଡ଼ ଡେଇଁବାକୁ ୧୧ ବିଧାୟକ ପ୍ରସ୍ତୁତ !

ପାଟନା,୬।୧: ବିହାରରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି। ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଖୁବ୍‌ ଶୀଘ୍ର ୧୧ ଜଣ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ଏନେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂ ସୂଚନା ଦେଇଛନ୍ତି। ବାଡ଼ ଡ଼େଇଁବାକୁ ପ୍ରସ୍ତୁତ ହେଉଥିବା ବିଧାୟକ କଂଗ୍ରେସ ଦଳର ମୂଳ ନେତା ନୁହନ୍ତି। ସେମାନେ କଂଗ୍ରେସ ଟିକଟରୁ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏବେ ସେମାନେ ଏନ୍‌ଡିଏ ପ୍ରତି ଆକର୍ଷିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ଅଜିତ୍‌ ଶର୍ମା ମଧ୍ୟ ରହିଛନ୍ତି ବୋଲି ଭରତ ଅଭିଯୋଗ କରିଛନ୍ତି। ଅଜିତଙ୍କ ନେତୃତ୍ୱରେ ଦଳ ଭଙ୍ଗା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଭରତ କହିଛନ୍ତି। ତେବେ କଂଗ୍ରେସ ହାଇକମାଣ୍ଡ ଭରତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share