Categories: ଜାତୀୟ

ମାଗଣାରେ ୬ ମାସ ପାଇଁ ମହିଳାଙ୍କ ଲୁଗା ସଫା କରିବେ ଅଭିଯୁକ୍ତ

ମଧୁରାଇ,୨୩।୯: ମହିଳାଙ୍କୁ ଟଣାଓଟାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗାଁରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ଲୁଗା ମାଗଣାରେ ଧୋଇବା ସହ ଆଇରନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିହାରର ମଧୁରାଇ କୋର୍ଟ। ଅଭିଯୁକ୍ତଙ୍କ ଜାମିନକୁ ମଞ୍ଜୁରି ଦେଲା ବେଳେ ଏଭଳି ଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ଜିଲା ଜଜ୍‌ ଅଭିନାଶ କୁମାର।

ତେବେ ଅଭିଯୁକ୍ତ ଜଣକ ଚଳିତ ବର୍ଷ ଅପ୍ରିଲରୁ ଜେଲରେ ଅଛନ୍ତି। ତାଙ୍କ ଓକିଲ ଜାମିନ ଆବେଦନ ବେଳେ କୋର୍ଟଙ୍କୁ କହିଥିଲେ, ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ। ତାଙ୍କ ପେଶା ପୋଷାକ ଧୋଇବା। ସେ ସମାଜର ହିତରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।

ଜାମିନକୁ ମଞ୍ଜୁରି ଦେଲା ବେଳେ ଅଭିଯୁକ୍ତଙ୍କୁ ଆଗାମୀ ୬ ମାସ ପାଇଁ ମାଗଣାରେ ମହିଳାଙ୍କ ଲୁଗା ସଫା କରିବା ସହ ଆଇରନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share