ବିହାର ମୃତଦେହ ପଶ୍ଚିମବଙ୍ଗରେ, ଆଧାରକାର୍ଡରୁ ପଡ଼ିଲା ଜଣା

ଭୁବନେଶ୍ୱର,୯ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲ୍‌ବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା। ତେବେ ତାଙ୍କ ପକେଟରୁ ମିଳିଥିବା ଆଧାରକାର୍ଡରୁ ସେ ପଶ୍ଚିମବଙ୍ଗର ନୁହନ୍ତି ବରଂ ବିହାରର ବୋଲି ଜଣାପଡ଼ିବା ପରେ ମୃତଦେହ ପୁଣି ଏମ୍ସ ଫେରିଆସିଛି। ଅନ୍ୟପକ୍ଷରେ ପରିବାର ଲୋକ ୫ ଦିନ ଧରି ହସ୍ପିଟାଲ ବାହାରେ ନିଜ ସମ୍ପର୍କୀୟଙ୍କ ମୃତଦେହ ପାଇଁ ଅପେକ୍ଷା କରିଛନ୍ତି। ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ଦିଆଯାଇଛି। ତେବେ ଡିଏନ୍‌ଏ ରିପୋର୍ଟ ଆସିବା ପୂର୍ବରୁ ମୃତଦେହ କେମିତି ପଶ୍ଚିମବଙ୍ଗ ଗଲା ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share