Categories: ଜାତୀୟ

ଚାଉଳ ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଆଉ ତା’ପରେ

ପାଟନା,୧୭।୮: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଭଉଣୀ ଜଣେ ଚାଉଳ ଦୋକାନୀଙ୍କୁ ମାରି ଦାନ୍ତ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ମାମଲା ଏତେ ବଢିଯାଇଥିଲା ଯେ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା। ସୂଚନାଯୋଗ୍ୟ, ରେଖା ପାଟନାରେ ଜଣେ ଚାଉଳ ଦୋକାନୀଙ୍କ ଠାରୁ ୨ ବସ୍ତା ଚାଉଳ କିଣିଥିଲେ। ପରେ ସେ ଦୋକାନୀକୁ ଚାଉଳ ଘଷର ପହଞ୍ଚାଇଦେବାକୁ କହି ପଳାଇଥିଲେ। କୌଣସି କାରଣବଶତଃ ଦୋକାନୀ ଚାଉଳ ଘରକୁ ନେଇ ଯାଇ ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରେଖା ଦୋକାନୀଙ୍କ ପାଖରେ ପହଞ୍ଚି ତାଙ୍କ ସହ ଝଗଡା କରିଥିଲେ। ଝଗଡା ଏତେ ମାତ୍ରା ବଢିଥିଲା ଯେ, ରେଖା ଦୋକାନୀଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ପୋଲିସକୁ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟଙ୍କୁ ଥାନାକୁ ଅଣାଯାଇଥିଲା। ଥାନାରେ ଭିତରେ ମଧ୍ୟ ରେଖା ମୋଦିଙ୍କ ଡ୍ରାମା ଜାରି ରହିଥିଲା। ସେ ଗାଳି କରି ତଳେ ପଡିଯାଇଥିଲେ। ପୋଲିସ ଚୁପ୍‌ ବସିଥିଲେ। ଏହାପରେ ଦୋକାନୀଙ୍କୁ ବୁଝାସୁଝା କରି ରେଖାଙ୍କ ଟଙ୍କା ଫେରାଇଦେବାରୁ ମାମଲା ଶାନ୍ତ ପଡିଥିଲା।

Share