ପାଟନା,୨୭।୩: ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପିତା ହୋଇଛନ୍ତି। ସ୍ତ୍ରୀ ରାଜଶ୍ରୀ ଯାଦବ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ତେଜସ୍ବୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଭଗବାନ ଆନନ୍ଦରେ କନ୍ୟାରତ୍ନ ରୂପରେ ଏକ ଉପହାର ପଠାଇଛନ୍ତି।
କିଛି ଦିନ ପୂର୍ବେ ତେଜସ୍ବୀ ଯାଦବଙ୍କ ପିତା ହେବା ବିଷୟରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା। ସ୍ତ୍ରୀ ଅସୁସ୍ଥ ଥିବାରୁ ତେଜସ୍ବୀ ଚାକିରି ନାଁରେ ଜମି ଦେବା ମାମଲାରେ ସିବିଆଇରେ ହାଜର ହେବାକୁ ସମୟ ମାଗିଥିଲେ।
ତେଜସ୍ବୀ ୨୦୨୧ ଡିସେମ୍ବର ୯ରେ ଦୀର୍ଘ ଦିନର ବନ୍ଧୁ ରାଜଶ୍ରୀଙ୍କୁ ବିବାହ କରିଥିଲେ।