Categories: ଜାତୀୟ

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି! ନବନିଯୁକ୍ତ ଶିକ୍ଷକଙ୍କର ହେବ ପୁନଃଯାଞ୍ଚ

ଭୁବନେଶ୍ୱର, ୩୦।୧୨: ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଇଛି ଶିକ୍ଷା ବିଭାଗ। ଗତମାସରେ ବିହାର ସରକାର ପ୍ରାୟ ଏକ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଶିକ୍ଷା ବିଭାଗକୁ ଅଭିଯୋଗ ମିଳିଥିଲା ଯେ, ପରୀକ୍ଷା ଦେଇଥିବା ଏବଂ ନିଯୁକ୍ତି ପାଇଥିବା ବ୍ୟକ୍ତି ଭିନ୍ନ ଅଟନ୍ତି, ଯାହା ପରେ ବିଭାଗ ଏହି ନିଷ୍ପତି ନେଇଛି। ଶିକ୍ଷା ବିଭାଗର ଅତିରିକ୍ତ ସଚିବ କେ.କେ ପାଠକ ୨୮ ଡିସେମ୍ବରକୁ ସମସ୍ତ ଜିଲାଧିକାରୀ(ଡିଏମ)ଙ୍କୁ ଚିଠି ଲେଖି ୧୫ ଜାନୂୟାରୀରୁ ପୁନଃଯାଞ୍ଚ ଚଳାଇବାକୁ ନିର୍ଦେଶ ଦେଇଛନ୍ତି।

ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ପୁନଃଯାଞ୍ଚ ପାଇଁ ଚାରି ହଜାର ଶିକ୍ଷକଙ୍କୁ ଡକାଯାଇଥିଲା। ଏହି ପ୍ରକ୍ରିୟାରେ ତିନିଜଣ ଧରା ପଡ଼ିଥିଲେ। ଏହା ସହିତ ତିନି ଏପରି ଶିକ୍ଷକ ଚିହ୍ନଟ ହୋଇଥିଲେ, ଯେଉଁମାନେ ନିଯୁକ୍ତି ହେବା ପରେ ଫେରାର ହୋଇଯାଇଥିଲେ। ବିଭାଗ ପକ୍ଷରୁ ଏଭଳି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଚଳିତ ବର୍ଷ ନଭେମ୍ବର ୨ ରେ ବିହାର ସରକାର ୧,୨୦,୩୩୬ ଶିକ୍ଷକଙ୍କୁ ରାଜ୍ୟର ସମସ୍ତ ଜିଲା ମୁଖ୍ୟାଳୟରେ ଶିକ୍ଷକ ନିଯୁକ୍ତି ପରୀକ୍ଷା (ଟିଆରଏ-୧) ରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ରାଜ୍ୟରେ ବିଭିନ୍ନ ବିଷୟର ମୋଟ ୮୬,୫୫୭ ଟି ପଦବୀ ପୂରଣ ପାଇଁ ଆୟୋଗ ଟିଆରଏ-୨ ର ଫଳାଫଳ ମଧ୍ୟ ଘୋଷଣା କରାଯାଇଛି।

Share