ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ ପ୍ରଚାର ଚାଲିଛି । ସବୁ ରାଜନୈତିକ ଦଳ ଭୋଟରଙ୍କୁ ପରସ୍ପର ଆଡକୁ ଆକର୍ଷିତ କରିବାରେ ଲାଗି ପଡିଛନ୍ତି । ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଏଠାରେ ପ୍ରଚାର କାର୍ଯ୍ୟ ଶେଷ କରାଯିବ । ଏହି କ୍ରମରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ରାଲିରେ ଯୋଗେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେଉଁ ଆର୍ଜେଡି ଲାଠି ଚାର୍ଜ କରିବା ଜାଣିଛି ସେ ଆଜି ଆଇନର ପାଠ ପଢାଇବା ହାସ୍ୟାସ୍ପଦ କଥା । ଏହି ନିର୍ବାଚନ ବିହାରର ଭବିଷ୍ୟତ ସ୍ଥିର କରିବ ବୋଲି ନଡ୍ଡା କହିଛନ୍ତି ।