Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନ: ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବ ମହାମେଣ୍ଟ

ପାଟନା,୧୭ ।୧୦: ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିଲାଣି । ଅକ୍ଟୋବର ୨୮ରେ ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ସବୁ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ପଡିଛନ୍ତି । ଆଉ ସବୁ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । ଇତି ମଧ୍ୟରେ ମହାମେଣ୍ଟ ପକ୍ଷରୁ ନିର୍ବାଚନ ଘୋଷଣା ପତ୍ର ଜାରି କରାଯାଇଛି । ଏହାସହ ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ନିର୍ବାଚନ ରାଲି ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାକୁ ମଧ୍ୟ ପ୍ରୟାସ କରିବ । ଆର୍‌ଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଓ ଶକ୍ତି ସିଂ ଗୋହିଲଙ୍କ ଉପସ୍ଥିତିରେ ମହାମେଣ୍ଟ ତା’ର ଘୋଷଣା ପତ୍ର ଜାରି କରିଛି । ମହାମେଣ୍ଟ ଘୋଷଣା କରିଛି ସେ ଶାସନ କ୍ଷମତାକୁ ଆସିଲେ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇ ଦେବ । ଯଦି ଜନତା ସୁଯୋଗ ଦେବେ ତେବେ ପ୍ରଥମ କ୍ୟାବିନେଟର ପ୍ରଥମ ଦିନରେ ଚାକିରିକୁ ନେଇ ଦସ୍ତଖତ କରାଯିବ ବୋଲି ମାହାମେଣ୍ଟ କହିଛି । କଳସ ସ୍ଥାପନ କରି ଆମେ ସଂକଳ୍ପ କରୁଛୁ । ଆମର ସଂକଳ୍ପ ପରିବରର୍ତ୍ତନ ପାଇଁ । ସମାନ କାମ କରୁଥିବା ଲୋକଙ୍କୁ ସମାନ ଦରମା ଦେବା । ପଳାୟନକୁ ଆମେ ରୋକିବୁ । ଏୟାରପୋର୍ଟରେ ୱାର୍ଲଡ କ୍ଲାସ ସୁବିଧା ଦେବୁ । କୃଷି ଋଣ ଛାଡ କରିବୁ । ବିଜୁଳି ସମସ୍ୟାର ସମାଧାନ କରିବୁ ବୋଲି ଘୋଷଣାପତ୍ରରେ କହିଛି ମହାମେଣ୍ଟ । ଏହାସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ମହାମେଣ୍ଟ କହିଛି ଗତ ୧୫ ବର୍ଷ ହେଲା ନୀତୀଶ ବିହାରରେ ଶାସନ କରୁଥିଲେ ବି ଏପର୍ଯ୍ୟନ୍ତ ଏହା ବିଶେଷ ରାଜ୍ୟର ମାନ୍ୟତା ପାଇ ପାରି ନାହିଁ । ଡୋନାଲ୍ଡ ଟ୍ରମ୍ପ ଏଠାକୁ ଆସି ସମସ୍ୟାର ସମାଧାନ କରିବେ ନାହିଁ ବୋଲି କହିଛି ମହାମେଣ୍ଟ ।

Share