ପାଟନା,୩।୧୧: ବିହାରରେ ମଙ୍ଗଳବାର ସକାଳୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ୨ୟ ପର୍ଯ୍ୟାୟରେ ବିହାରବାସୀଙ୍କୁ ପାଇଁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ସମସ୍ତେ ଭୋଟ ଦେବାକୁ ଯାଆନ୍ତୁ। ସବୁ ମତଦାତାଙ୍କୁ ମୋର ଅନୁରୋଧ ଯେ ବହୁ ସଂଖ୍ୟାରେ ମତଦାନ କରି ଲୋକତନ୍ତ୍ରର ଏହି ମହୋତ୍ସବକୁ ସଫଳ କରାନ୍ତୁ। ଏହା ମଧ୍ୟରେ ସାମାଜିକ ଦୂରତାର ପାଳନ କରିବା ସହ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ସେ କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଶହ ୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ତାଙ୍କ ବଡ ଭାଇ ତେଜ ପ୍ରତାପ ଯାଦବଙ୍କ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ। ସୂଚନାଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଗତ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା।