Categories: ଜାତୀୟ

ନିର୍ବାଚନ ପୂର୍ବରୁ ମହାମେଣ୍ଟକୁ ଝଟ୍‌କା: ଦଳ ଛାଡିଲେ ଜିତନରାମ

ପାଟନା,୨୦।୮: ବିହାରରେ ଏବେଠାରୁ ରାଜନୈତିକ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ବନ୍ଧୁତା ଭାଙ୍ଗିବା ଓ ନୂଆ ସମ୍ପର୍କ ଗଢ଼ିବା ସ୍ଥିତି ଜାରି ରହିଛି। ଇତିମଧ୍ୟରେ ଜିତନରାମ ମାଝିଁଙ୍କ ପାର୍ଟି ହମ୍‌ ମେଣ୍ଟରୁ ଅଲଗା ହୋଇଥିବା ଜଣାପଡ଼ିଛି। ଗୁରୁବାର ମେଣ୍ଟରୁ ଓହରିବା ପାଇଁ ହମ୍‌ ଦଳର କୋର କମିଟି ନିଷ୍ପତ୍ତି ନେବା ସହ ଏନେଇ ଘୋଷଣା କରିଛି। କୁହାଯାଉଛି ଏବେ ଜିତନରାମଙ୍କ ଘରବାହୁଡା ହୋଇପାରେ। ଅର୍ଥାତ୍‌ ସେ ଜେଡିୟୁରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ଏନେଇ ଏବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜେଡିୟୁ ଓ ଜିତନରାମଙ୍କ ମଧ୍ୟରେ ଡିଲ ହୋଇସାରିଛି।

Share