Categories: ଜାତୀୟ

‘ଶୂନ’ରେ ଆଉଟ୍‌ ହେବାରୁ ଅଳ୍ପକେ ବର୍ତ୍ତିଲା ଚିରାଗଙ୍କ ଦଳ

ପାଟନା,୧୧।୧୧: ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି ନିଷ୍ପତ୍ତି ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ପକ୍ଷରୁ ନିଆଯାଇଥିଲା। ଦଳର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ। କେନ୍ଦ୍ରରେ ଏନଡିଏ ସହ ସାମିଲ ଥିବା ଏଲ୍‌ଜେପି ରାଜ୍ୟରେ ଏକୁଟିଆ ନିର୍ବାଚନ ଲଢିଥିଲା। କିନ୍ତୁ ଫଳାଫଳ ବେଶ୍‌ ନିରାଶାଜନକ ଥିଲା। ଚଳିତ ନିର୍ବାଚନରେ ଦଳର ମାତ୍ର ଜଣେ ପ୍ରାର୍ଥୀ ନିର୍ବାଚନ ଜିତିପାରି ଥିଲେ। ତାହାପୁଣି ମାତ୍ର ୩୩୩ଖଣ୍ଟ ଭୋଟରେ। ଫଳରେ ଚିରାଗଙ୍କ ଦଳ ଶୂନ୍ୟରେ ଆଉଟ୍‌ରୁ ଅଳ୍ପକେ ବର୍ତ୍ତିଥିଲା। ଏଲ୍‌ଜେପି ଟିକେଟରେ ବେଗୁସରାୟର ମଟିହାନୀ ଆସନରୁ ନିର୍ବାଚନ ଲଢିଥିବା ରାଜକୁମାର ସିଂ ନିକଟତମ ଜେଡିୟୁ ପ୍ରାର୍ଥୀ ନରେନ୍ଦ୍ର କୁମାର ସିଂଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ, ୨୪୩ଟି ଆସନରୁ ଏନଡିଏକୁ ୧୨୫ଟି ଆସନ, ମହାମେଣ୍ଟକୁ ୧୧୦ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ ୮ ଟି ଆସନ ପାଇଛନ୍ତି। ଭାଜପା ୬୯, ଜେଡିୟୁ ୪୧, ଆରଜେଡି ୭୨, କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛନ୍ତି।

Share