Categories: ଜାତୀୟ

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ ସୂଚନା ମିଳିଛି । ଏଥିରେ ଭାଜପା-ଜେଡିୟୁର ଏନ୍‌ଡିଏ ୧୨୪ ଆସନରେ ଆଗୁଆ ଥିବା ବେଳେ ଏହାକୁ ବହୂମତ ମିଳିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତୃତ୍ୱରେ ମହାମେଣ୍ଟ ମାତ୍ର ୧୦୫ ଆସନରେ ଆଗରେ ରହିଛି । ଏହାସହ କଂଗ୍ରେସ ମାତ୍ର ୨୧ଟି ଆସନରେ ଆଗରେ ଥିବା ସୂଚନା ମିଳିଛି । ଏହାକୁ ଦେଖିଲେ ଲାଗୁଛି ମହାମେଣ୍ଟ ପଛେଇ ଯାଇପାରେ । ଏବେ ଆଲୋଚନା ହେଉଛି କି ଯଦି ମହାମେଣ୍ଟ ହାରିବ ତେବେ ସେଥିପାଇଁ କଂଗ୍ରେସ ଦାୟୀ । ଆଉ କଂଗ୍ରେସ ପାଇଁ ହିଁ ତେଜସ୍ୱୀ ହାରିଯାଇପାରନ୍ତି । ପ୍ରଥମେ ଏକ୍‌ଜିଟ୍ ପୋଲରେ ଆର୍‌ଜେଡି ଏଥର ସବୁଠାରୁ ବଡ ଦଳ ହୋଇ ଉଭା ହୋଇପାରେ ବୋଲି ଅନୁମାନ କରାଯାଇଥିବା ବେଳେ ଏବେ ଗଣତି ପରେ ଭଜପା ବଡ ଦଳ ହୋଇ ଉଭା ହେଲାଣି ବୋଲି ନଜର ଆସିଛି । ତେଣୁ ଏହାକୁ ଦେଖିଲେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ସାମାନ୍ୟ ନରମ ପଡି ଯାଇଥିବା ଲକ୍ଷ୍ୟ କରାଯାଉଛି ବୋଲି ଆଲୋଚନା ହେଲାଣି ।

Share