Categories: ଜାତୀୟ

ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…

ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍‌ଜେଡ଼ି ଏବଂ ଏଲ୍‌ଜେପି ପକ୍ଷରୁ ୩ ଯୁବ ଚେହେରାଙ୍କୁ ନେଇ ଭୋଟ ରାଜନୀତି କରିବେ ବୋଲି ଚର୍ଚ୍ଚା ହେଉଛି। ଆର୍‌ଜେଡ଼ିର ତେଜସ୍ବୀ ଯାଦବ ଏବଂ ଏଲ୍‌ଜେପିର ଚିରାଗ ପାସଓ୍ବାନ ସଧାସଳଖ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଲଢ଼ିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଦୁଇ ଯୁବ ନେତା ଭୋଟରଙ୍କ ପାଇଁ ଆଶାର ଆଲୋକ ପାଲଟିବେ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ତେଜସ୍ବୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ କ୍ରିକେଟ ଖେଳୁଥିଲେ। ସେ ଆଇପିଏଲ୍‌ ପର୍ଯ୍ୟନ୍ତ ପହଞ୍ଚିଥିଲେ ବି ପଡ଼ିଆରେ ଖେଳିବା ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ। ସେହିପରି ଚିରାଗ ବଲିଉଡ୍‌ରେ କେତେକ ଫିଲ୍ମରେ ଅଭିନୟ କରିଛନ୍ତି। ଅପରପକ୍ଷରେ ଭାଜପା ପକ୍ଷରୁ ଶୁଟର ଶ୍ରେୟସୀ ସିଂଙ୍କୁ ନିର୍ବାଚନରେ ଯୁବ ଚେହେରା ଭାବେ ପରଖା ଯାଉଛି। ଶ୍ରେୟସୀଙ୍କ ଲୋକପ୍ରିୟତା ଭାଜପା ପାଇଁ କେତେଦୂର ସଫଳତା ଆଣୁଛି ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି।

Share