Categories: ଜାତୀୟ

ବିହାର ନିର୍ବାଚନ: ଭାଜପା ସର୍ବବୃହତ ଦଳ ହେବା ସମ୍ଭାବନା !

ପାଟନା,୧୦।୧୧: ବିହାର ନିର୍ବାଚନରେ ଭାଜପା ସର୍ବ ବୃହତ୍‌ ଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ୭୪ ଆସନରେ ଅଗୁଆ ରହିଛି। ସେହିପରି ଆର୍‌ଜେଡ଼ି ୬୬, ଜେଡ଼ିୟୁ ୪୫, କଂଗ୍ରେସ ୨୫, ଏଲ୍‌ଜେପି ୩ ଏବଂ ଅନ୍ୟ ଦଳ ୧୦ରେ ଅଗୁଆ ରହିଛନ୍ତି। ଯଦି ଭାଜପା ସର୍ବ ବୃହତ୍‌ ଦଳ ଭାବେ ଉଭା ହୁଏ ତେବେ ଏନ୍‌ଡ଼ିଏରେ ଦଳର କ୍ଷମତା ବୃଦ୍ଧି ପାଇବ। ଫଳରେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ଭାଇ ପଣିଆରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିବ ବୋଲି ଚର୍ଚ୍ଚା ହେଉଛି।

Share