Categories: ଜାତୀୟ

ବିହାର ନିର୍ବାଚନ: ୨୯ରେ ବୈଠକ କରିବେ ନଡ୍ଡା

ନୂଆଦିଲ୍ଲୀ,୨୬।୮: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ରାଜନୈତିକ ହଲଚଲ୍‌ ଦେଖାଦେଇଥିବା ବେଳେ ଭାଜପା ଅଣ୍ଟା ଭିଡିଛି। ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ। ଇତିମଧ୍ୟରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଅଗଷ୍ଟ ୨୯ରେ ରାଜ୍ୟର ସମସ୍ତ ଏମ୍‌ପିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି। ଭାଜପା ମୁଖ୍ୟାଳୟରେ ହେବାକୁ ଥିବା ବୈଠକରେ ବିହାର ଭାଜପାର ଲୋକ ସଭା ଓ ରାଜ୍ୟ ସଭା ଏମ୍‌ପି ସାମିଲ ହେବେ। ଏଥିସହ ବିହାରର ପ୍ରଭାରି ଭୁପେନ୍ଦ୍ର ସିଂହ ଯାଦବ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ଏହି ବୈଠକରେ ସାମିଲ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।

Share