Categories: ଜାତୀୟ

ବିହାର ନିର୍ବାଚନ: ଭାଜପା-ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି !

ପାଟନା, ୨୮।୯: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୧୦୪ ଆସନରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିବାବେଳେ ଭାଜପା ୧୦୦ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି। ସେହିପରି ରାଜ୍ୟ ମେଣ୍ଟ ସରକାରର ଅନ୍ୟତମ ସହଯୋଗୀ ଚିରାଗ ପାସଓ୍ବାନଙ୍କ ଏଲ୍‌ଜେପି ୩୦ ଆସନରେ ପ୍ରାର୍ଥୀ ଦେବ। ତେବେ ଅବଶିଷ୍ଟ ଆସନ ଉପରେ କେତେକ ପରିବର୍ତ୍ତନ ହେବାର ସମ୍ଭାବନା ଥିବା କୁହାଯାଉଛି। କୃଷି ଆଇନକୁ ନେଇ ଶିରୋମଣି ଅକାଳୀ ଦଳ ଏନ୍‌ଡ଼ିଏ ଛାଡ଼ିଛି। ତେଣୁ ଭାଜପା ଆସନ ବୁଝାମଣାରେ ଜେଡ଼ିୟୁ ଅବା ଏଲ୍‌ଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share