Categories: ଜାତୀୟ

ଏକଜିଟ୍ ପୋଲ ଉପରେ ଏବେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୭ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଯିବ । ନଭେମ୍ବର ୧୦ରେ ଏହାର ଫଳାଫଳ ଆସିବାକୁଥିବା ବେଳେ ଏବେ ସମସ୍ତଙ୍କ ନଜର ରହିବ ଏକଜିଟ୍ ପୋଲ ଉପରେ । ବିଭିନ୍ନ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ବିଜୟୀ ଓ ପରାଜିତ ପ୍ରାର୍ଥୀଙ୍କ ସମ୍ପର୍କରେ ଏଥିରେ ଅନୁମାନ ଲଗାଯିବ । ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଭୋଟଗ୍ରହଣ ସରୁ ସରୁ ଅର୍ଥାତ୍ ଶନିବାରଠାରୁ ବିଭିନ୍ନ ଘରୋଇ ଚ୍ୟାନେଲରେ ଏହି ଏକ୍‌ଜିଟ ପୋଲ ଦେଖିବାକୁ ମିଳିବ । ଏହାକୁ ନେଇ ବି ସବୁ ରାଜନୈତିକ ଦଳ ଏକପ୍ରକାର ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଏହି ଏକ୍‌ଜିଟ ପୋଲ୍‌ରେ ଯାହା ଅନୁମାନ କରାଯାଇଥାଏ ତାହା ବେଳେ ବେଳେ ସତ ହୋଇଥିଲେ ବି ବେଳେ ବେଳେ ଏହା ଭୁଲ୍ ମଧ୍ୟ ପ୍ରମାଣିତ ହୋଇଛି । ଏହାପରେ ବି ସମସ୍ତଙ୍କ ନଜର ଥାଏ ଏହି ଏକଜିଟ୍ ପୋଲ ଉପରେ ।

Share