ପାଟନା, ୩୦।୯: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ରାଜ୍ୟରେ ନିର୍ବାଚନରେ ୬ଟି ମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏନ୍ଡିଏ ଏବଂ ଆର୍ଜେଡ଼ି ମେଣ୍ଟ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଏହି ଦୁଇ ମେଣ୍ଟରେ ସ୍ଥାନ ନ ପାଇ ଅନ୍ୟ ୪ଟି ମେଣ୍ଟ ଇତିମଧ୍ୟରେ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେଥିମଧ୍ୟରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍(ୟୁଡ଼ିଏଫ୍), ୟୁନାଇଟେଡ୍ ଡେମୋକ୍ରାଟିକ୍ ସେକ୍ୟୁଲାର ଆଳାଏନ୍ସ୍(ୟୁଡ଼ିଏସ୍ଏ), ପ୍ରଗତିଶୀଳ ଲୋକତାନ୍ତ୍ରିକ ମେଣ୍ଟ(ପିଡ଼ିଏ) ଏବଂ ତୃତୀୟ ମୋର୍ଚ୍ଚା ଆଦି ରହିଛି। ନିର୍ବାଚନରେ ଭାଜପା ଏବଂ ଜେଡ଼ିୟୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ତେବେ ଛୋଟ ଦଳ ମଧ୍ୟ ଭୋଟରଙ୍କୁ ଆକର୍ଷିତ କରିବାର ଯଥେଷ୍ଟ ସମ୍ଭାବନା ଥିବା ରାଜନେଅତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।