Categories: ଜାତୀୟ

ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ

ପାଟନା,୧୦।୮:ବିହାରରେ ନୂତନ ସରକାର ଗଠନ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ଅଗଷ୍ଟ ୨୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଧିବେଶନ ଅଗଷ୍ଟ ୨୪ ଏବଂ ୨୫ରେ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ କରାଯିବ।
ସୂଚନାଯୋଗ୍ୟ, ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ବିହାରର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନୀତୀଶଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବର୍ତ୍ତମାନ ବିହାରରେ ଏକ ବୃହତ ମିଳିତ ସରକାର ଅଛି। ମିଳିତ ସରକାରରେ ଆରଜେଡି, ଜେଡିୟୁ, କଂଗ୍ରେସ, ହମ ଏବଂ ବାମ ଦଳ ଅନ୍ତର୍ଭୁକ୍ତ।

Share