Categories: ଜାତୀୟ

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି। ସେ ସକାଳ ୪ଟାରେ ପାଟଣାର ପାରାସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ମଓ୍ବୋଲାଲ ଚୌଧୁରୀ ତାରାପୁରର ବିଧାୟକ ଥିଲେ। ନିକଟରେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ମଓ୍ବୋଲାଲ ଚୌଧୁରୀ ଦୁଇଥର ବିଧାୟକ ଭାବରେ ତାରାପୁରରୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୨୦ରେ ତାଙ୍କୁ ନୀତୀଶ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଦୁର୍ନୀତି ଅଭିଯୋଗ ହେତୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଭାଗଲପୁର କୃଷି ବିଦ୍ୟାଳୟର କୁଳପତି ଥିବାବେଳେ ମଓ୍ବୋଲାଲ ଚୌଧୁରୀଙ୍କୁ ନିଯୁକ୍ତି ସ୍କାମ ଅଭିଯୋଗ ହୋଇଥିଲା। ବିରୋଧୀ ତାଙ୍କ ଇସ୍ତଫା ଦାବି କରିବାରୁ ବାଧ୍ୟ ହୋଇ ତାଙ୍କୁ ଇସ୍ତଫା ଦେବାକୁ ପଡିଲା।

Share