ପାଟନ, ୧୬।୭: ବିହାରର ଗୋପାଳଗଞ୍ଜ ଜିଲାରେ ପ୍ରାୟ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏକ ପୋଲ ଭାଙ୍ଗିଯିବା ଫଳରେ ଏବେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। ଏହାକୁ ନେଇ ବିହାର ସରକାର କହିଛନ୍ତି ପୋଲ ଭାଙ୍ଗିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ସତରଘାଟ ମୁଖ୍ୟ ପୋଲଠାରୁ ପାଖାପାଖି ୨ କିଲୋମିଟର ଦୂରରେ ରହିଛି ଗୋପାଳଗଞ୍ଜର ଆଉ ଏକ ଛୋଟ ପୋଲ। ଏହି ଛୋଟ ପୋଲଟି ବର୍ଷାରେ ଭାଙ୍ଗିଯାଇଛି। ହେଲେ ମୁଖ୍ୟ ପୋଲର କିଛି ଅସୁବିଧା ହୋଇ ନାହିଁ ବୋଲି କୁହାଯାଇଛି। ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ତେଣୁ ଏହାକୁ ନେଇ ରାଜନୀତି ବନ୍ଦ କରାଯାଉ ବୋଲି କୁହାଯିବା ସହ ତାହା ସରକାରୀ ବିଭାଗର କାମ ବୋଲି କୁହାଯାଇଛି।