Categories: ଜାତୀୟ

ନିର୍ବାଚନ ପୂର୍ବରୁ ନୀତୀଶଙ୍କୁ ଝଟକା!

ପାଟନା,୧୬।୮: ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଝଟକା ଲାଗିପାରେ ବୋଲି ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ବିହାରର ଉଦ୍ଦ୍ୟୋଗ ମନ୍ତ୍ରୀ ଶ୍ୟାମ ରଜକ ସୋମବାର କୁଆଡେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଏହାପରେ ସେ ଜେଡିୟୁ ଛାଡି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରେ ଯାଗ ଦେଇପାରନ୍ତି ବୋଲି କୁହାଯାଉଛି। ତେବେ ୧୭ ଅଗଷ୍ଟରେ ସେ ଇସ୍ତଫା ଦେଉଥିବା ସତ୍ୟ ବୋଲି କୁହାଯାଉଛି। ଏହାର କୌଣସି ଅଧିକାରୀ ସ୍ତରରେ ଘୋଷଣା ନ ହୋଇଥିବା ବେଳେ ବିହାର ନିର୍ବାଚନ ପୂର୍ବରୁ ଶ୍ୟାମ ରଜକ ଯଦି ଇସ୍ତଫା ଦିଅନ୍ତି ତେବେ ଏହା ଜେଡିୟୁକୁ ଏକ ଝଟ୍‌କା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବହୁ ପୂର୍ବରୁ ଶ୍ୟାମ ଲାଲୁ ପ୍ରସାଦ ଯାଦବଙ୍କ ପାଖ ନେତା ଭାବେ ଗଣାଯାଉଥିଲେ। ଏମିତିକି ରାବ୍ରି ଦେବୀଙ୍କ ସରକାର ସମୟରେ ତାଙ୍କୁ ମନ୍ତ୍ରୀପଦ ମଧ୍ୟ ମିଳିଥିଲା। ଏବେ କିନ୍ତୁ ସେ ଜେଡିୟୁରୁ ଅସନ୍ତୁଷ୍ଟ ହୋଇ ଛାଡୁଥିବା କୁହାଯାଉଛି।

Share