Categories: ଜାତୀୟ

+୨ ପାସ୍‌ଙ୍କୁ ୨୫ ହଜାର, ଗ୍ରାଜୁଏଟ୍‌ ହେଲେ ୫୦ ହଜାର ଟଙ୍କା ଦେବେ ଏହି ସରକାର

ପାଟନା, ୨୫।୯: ବର୍ତ୍ତମାନ ବିହାରରେ ଦ୍ୱାଦଶ ଶ୍ରେଣୀ ପାସ୍‌ କରୁଥିବା ଛାତ୍ରୀଛାତ୍ରଙ୍କୁ ୨୫ ହଜାର ଟଙ୍କା ଏବଂ ଗ୍ରାଜୁଏଟ୍‌ ହେଲାପରେ ୫୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ନୀତୀଶ କୁମାର କହିଛନ୍ତି, ଦକ୍ଷତା ବିକାଶ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଲାଗି ଏକ ନୂତନ ବିଭାଗ ସୃଷ୍ଟି କରାଯିବ। ଆଇଟିଆଇ ଓ ପଲିଟେକ୍‌ନିକ୍‌ ଏହା ଅଧିନରେ ଆସିବ। ସେହିଭଳି ଯେଉଁମାନେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆମେ ସହାୟତା କରିବୁ। ସେହିଭଳି ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଟୁଇଟ୍‌ କରି କହିଛନ୍ତି, କରୋନା ମହାମାରୀ ସମୟରେ ଗରିବ, ଶ୍ରମିକ, ଯୁବକ, ବୃଦ୍ଧ ଓ କୃଷକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରୀ ରାଜକୋଷ ଖୋଲି ଦେଇଛନ୍ତି।

Share