Categories: ଜାତୀୟ

ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥଙ୍କ କନଭେ୍‌ ଦୁର୍ଘଟଣାଗ୍ରସ୍ତ

ପାଟନା,୧୭।୪: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ କନଭେ୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣା ହାଜିପୁରର ଭଗବାନପୁରର ରତନପୁରା ଗ୍ରାମ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ ଅଗ୍ନିଶମ ଗାଡି ଓଲଟି ପଡିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ପାଟନାଠାରୁ ମୁଜାଫରପୁର ଯାଉଥିବା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

Share