Categories: ଜାତୀୟ

ବିହାରରେ ନ୍ୟାୟିକ ବ୍ୟବସ୍ଥାରେ ମିଳିବ ୧୦ପ୍ରତିଶତ ସଂରକ୍ଷଣ: ନୀତୀଶ

ପାଟନା,୪।୧୦: ବିହାରରେ ନୀତୀଶଙ୍କ ସରକାର ସଂରକ୍ଷଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ନ୍ୟାୟିକ ସେବା ଏବଂ ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିବା ଅର୍ଥନୈତିକ ଦୁର୍ବଳ ବିଭାଗ(ଇଡବ୍ଲୁଏସ)ର ଲୋକମାନେ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣର ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ତେବେ କ୍ୟାବିନେଟ ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଏସ ସିଦ୍ଧାର୍ଥ ଏହି ସୂଚନା ଦେଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ସଂରକ୍ଷଣ ଯୋଗାଇବା ପାଇଁ ବିହାର ଉଚ୍ଚ ସେବା ସଂଶୋଧନ ନିୟମ ୨୦୨୩ ଏବଂ ବିହାର ସୈନିକ ସେବା ନ୍ୟାୟ ଶାଖା ନିୟମ ୨୦୨୩କୁ ଅନୁମୋଦନ କରାଯାଇଛି। ନ୍ୟାୟିକ ସେବାରେ ଏହି ବର୍ଗକୁ ସଂରକ୍ଷଣ ପ୍ରଦାନ କରିବାକୁ ବିହାର ହାଇକୋର୍ଟ ସେବା ନିୟମ ୧୯୫୧ ଏବଂ ବିହାର ସାମରିକ ସେବା ନିୟମ ୧୯୫୫ରେ ସଂଶୋଧନ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବିହାରରେ ନ୍ୟାୟିକ ସେବା ପଦ ସହିତ ଆଇନ ଶିକ୍ଷାଦାନ କରୁଥିବା ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଏହି ବର୍ଗକୁ ୧୦ପ୍ରତିଶତ ସଂରକ୍ଷଣର ଲାଭ ମିଳିବ।

Share