ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଗଠନ କରିଛି । ସୋମବାର ନୀତୀଶ କୁମାର ସପ୍ତମଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କ ସହ ୧୪ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ । ନୀତୀଶଙ୍କୁ ରାଜ୍ୟପାଳ ଫଗୁ ଚୌହ୍ୱାନ ପଦ ଓ ଗୋପୀୟତାର ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ମଙ୍ଗଳବାର ବିଭାଗ ବଣ୍ଟନ କରାଯାଇଛି । ଏହାସହ ହୋଇଥିବା କ୍ୟାବିନେଟ ବୈଠକରେ ନଭେମ୍ବର ୨୩-୨୭ ପର୍ଯ୍ୟନ୍ତ ଶୀତକାଳିନ ଅଧିବେଶ ହେବ ବୋଲି ସ୍ଥିର କରାଯାଇଛି । ସେତେବେଳେ ନବନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯିବ । ପ୍ରୋଟେମ ସ୍ପିକର ଏହି ଶପଥ ପାଠ କରାଇବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି ପ୍ରୋଟେମ ସ୍ପିକର ଦାୟିତ୍ୱ ନେବେ ବୋଲି ଜଣାପଡିଛି ।