Categories: ଜାତୀୟ

ଏହି ରାଜ୍ୟରେ ଜନସଂଖ୍ୟା ତୁଳନାରେ ଗରିବଙ୍କ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ,୨୬।୧୧: ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଜନସଂଖ୍ୟା ତୁଳନାରେ ସର୍ବାଧିକ ଗରିବ ଅଛନ୍ତି। ନୀତି ଆୟୋଗର ବହୁମୂଖୀ ଦାରିଦ୍ର ଇନଡେକ୍ସ (ଏମ୍‌ପିଆଇ)ରେ ଏହା ଦର୍ଶାଯାଇଛି।

ଏହି ଇନଡେକ୍ସ ଅନୁଯାୟୀ, ଅନ୍ୟ ରାଜ୍ୟଠାରୁ ବିହାରରେ ଗରିବଙ୍କ ସଂଖ୍ୟା ସର୍ବାଧିକ। ରାଜ୍ୟର ୫୧.୯୧ ପ୍ରତିଶତ ଜନସଂଖ୍ୟା ଗରିବ। ଏହା ପଛକୁ ୪୨.୧୬ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଝାଡ଼ଖଣ୍ଡ। ତାଲିକାର ତୃତୀୟ ସ୍ଥାନରେ ଅଛି ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ (୩୬.୬୫ %)। ଟପ୍‌ ୫ରେ ମଧ୍ୟପ୍ରଦେଶ (୩୬.୬୫%) ଓ ମେଘାଳୟ (୩୨.୬୭%) ରହିଛନ୍ତି।

ଅନ୍ୟପକ୍ଷରେ ଜନସଂଖ୍ୟା ତୁଳନାରେ ଗରିବଙ୍କ ସଂଖ୍ୟା କମ୍‌ ଥିବା ରାଜ୍ୟ ତାଲିକାରେ ଶୀର୍ଷରେ ରହିଛି କେରଳ (୦.୭୧%)। ଏହା ପଛକୁ ଗୋଆ (୩.୭୬%), ସିକ୍କିମ (୩.୮୨ %), ତାମିଲନାଡୁ (୪.୮୯%) ଓ ପଞ୍ଜାବ (୫.୫୯ %) ରହିଛନ୍ତି।

 

Share