ମୁଙ୍ଗର,୧୨।୧: ପୋଲିସ ଏନକାଉଣ୍ଟରେ ଜଣେ ୫୨ ବର୍ଷୀୟ ହୋମଗାର୍ଡ ପ୍ରାଣ ହରାଇଛନ୍ତି। ଅମୁହାଁ ବହୁ ରାଉଣ୍ଡ ଗୁଳି ଚଳାନା ଯୋଗୁ ପୋଲିସ ପ୍ରଥମେ ତାଙ୍କୁ ମାଓବାଦୀ ଭାବି ଏନକାଉଣ୍ଟର କରିଥଲା । ହେଲେ ସେ ମାନସିକ ସନ୍ତୁଳନ ହରାଇ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ମୁଙ୍ଗର ଏସ୍ପି କହିଛନ୍ତି, ବାରିଆରପୁର ଥାନା ଅଞ୍ଚଳରେ ଘଟଣା ଘଟିଛି। ସୋମବାର ମଧ୍ୟରାତିରେ ଭିଷଣ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ସନ୍ଦୀଗ୍ଧ ମାଓବାଦୀ ଜଣେ ଗୁଳି ବର୍ଷଣ କରୁଥିବା ରିପୋର୍ଟ ସ୍ଥାନୀୟ ପୋଲିସ ପାଖରୁ ଆମକୁ ମିଳିଥିଲା। ଆମେ ଏକ ବଡ଼ କଣ୍ଟିଜେଣ୍ଟ ସହ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଅଞ୍ଚଳିଟି ପୂରା ଘଞ୍ଚ ଜଙ୍ଗଲ ଥିବାରୁ କିଛି ସ୍ପଷ୍ଟ ଦେଖା ଯାଉ ନ ଥିଲା। ଆମ ଜବାବୀ ଆକ୍ରମଣରେ ହୋମଗାର୍ଡ ଯବାନ ମହମ୍ମଦ ଜାହିଦ ପ୍ରାଣ ହରାଇଥିଲେ। କିଛି ଦିନ ହେଲା ସେ ମାନସିକ ସନ୍ତୁଳନ ହରାଇ ବସିଥିବା ତାଙ୍କୁ ଜାଣିଥିବା ବ୍ୟକ୍ତିମାନେ ସ୍ପଷ୍ଟ କରିଥିବା କହିଛନ୍ତି ଏସ୍ପି କହିଛନ୍ତି।