Categories: ଜାତୀୟ

ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍‌: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ପାଟନା,୯।୬: ବିହାରରେ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ମଙ୍ଗଳବାର ଏକ ନୂଆ ଟୁଇଷ୍ଟ୍‌ ଆସିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି, ଜେଡିୟୁ ଏବଂ ଭାଜପା ସରକାରରେ ଅଲ୍‌ ଇଜ୍‌ ଓ୍ବେଲ୍‌ ଅର୍ଥାତ୍‌ ସବୁକିଛି ଠିକ ଅଛି। ବର୍ତ୍ତମାନ ସମୟରେ କୌଣସି ଅସୁବିଧା ନାହିଁ। ଭବିଷ୍ୟତରେ କଣ ହେବ, ଏହା କହିବା କଷ୍ଟକର।
ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁର ଜଣେ ମାତ୍ର ସଦସ୍ୟଙ୍କୁ ମନ୍ତ୍ରୀ କରାଯିବ ବୋଲି ଭାଜପା ପ୍ରସ୍ତାବ ଦେଇଥିଲା। ନୀତିଶ କୁମାର ଭାଜପାର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। କିନ୍ତୁ ଜେଡିୟୁର ଅନ୍ୟତମ ବରିଷ୍ଠ ନେତା ଆରସିପି ସିଂହ ଭାଜପାର ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ହେଲେ ତାଙ୍କର ରାଜ୍ୟ ସଭା କାର୍ଯ୍ୟକାଳ ପୂରଣ ହୋଇଯିବାରୁ ଜେଡିୟୁ ତାଙ୍କୁ ଆଉ ଥରେ ପ୍ରାର୍ଥୀ କରି ନ ଥିଲା। ଫଳରେ ସେ ଗଥ ଶନିବାର ଦଳରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆରସିପି ସିଂ ନୀତିଶ କୁମାରଙ୍କୁ ସମାଲୋଚନା କରି ସାତ ଜନ୍ମ ଚାଲିଗଲେ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ। ଜେଡିୟୁ ଗୋଟିଏ ବୁଡାଜାହାଜ ବୋଲି କହିଥିଲେ। ଆରସିପି ସିଂଙ୍କ ଇସ୍ତାଫା ହିଁ ଭାଜପା ଏବଂ ଜେଡିୟୁ କଳିର ମୁଖ୍ୟ କାରଣ ବୋଲି କୁହାଯାଉଛି।

Share