
ନୂଆଦିଲ୍ଲୀ,୨୩।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ବିଧାୟକ ଦଳର ବୈଠକରେ ପ୍ରବେଶ ବର୍ମା ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ କରିଥିଲେ। ଏହରି ଭିତରେ ଆଗାମୀ ବିଧାନସଭା ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିବା ପାଇଁ ରବିବାର ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ବୈଠକରେ Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରିଛିି। ତେବେ ଦିଲ୍ଲୀର ପୂର୍ବତନ ବିଧାୟକ Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବେ ବାଛିବା ପଛରେ କ’ଣ କାରଣ ରହିଛି । କୁହାଯାଉଛି ଏଥିରେ ବିହାର ସହିତ ଲିଙ୍କ୍ ରହିଛି। ଆସନ୍ତୁ ଜାଣିବା…
ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଗୋପାଳ ରାୟ କହିଛନ୍ତି ଯେ ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ର୍ନିବାଚିତ ହୋଇଛନ୍ତି। Atishi Marlenaଙ୍କୁ ସର୍ବସମ୍ମତିକ୍ରମେ ଆମ ଆଦମୀ ପାର୍ଟି ବିଧାୟକ ଦଳର ନେତା ଭାବରେ ର୍ନିବାଚିତ କରାଯାଇଛି। ସଞ୍ଜୀବ ଝା ଆତିଶୀଙ୍କ ନାମ ପ୍ରସ୍ତାବ କରିଥିଲେ ଏବଂ ସମସ୍ତ ବିଧାୟକଙ୍କ ମତାମତ ନିଆଯାଇଥିଲା, ଯାହା ପରେ ଆତିଶୀଙ୍କୁ ସର୍ବସମ୍ମତିକ୍ରମେ ବିରୋଧୀ ଦଳ ନେତା ଭାବରେ ର୍ନିବାଚିତ କରାଯାଇଥିଲା।
ବିରୋଧୀ ଦଳ ନେତା ପଦ ପାଇଁ ଆତିଶୀଙ୍କ ନାମ ପ୍ରସ୍ତାବ ଦେଇଥିବା ବିଧାୟକ ହେଉଛନ୍ତି ସଞ୍ଜୀବ ଝା। ସେ ବିହାରର ମୁଧବାନିର ବାସିନ୍ଦା ଏବଂ ଦିଲ୍ଲୀର ବୁରାରି ଆସନରୁ ଜିତିଛନ୍ତି। ଏହି ଆସନରୁ ସେ ଚତୁର୍ଥ ଥର ପାଇଁ ଜିତିଛନ୍ତି। ସେ ଏହି ଆସନରୁ ଭାଜପାକୁ ପରାସ୍ତ କରିନାହାଁନ୍ତି ବରଂ ଏନଡିଏରେ ତାଙ୍କର ସହଯୋଗୀ ଜେଡିୟୁର ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ସଞ୍ଜୀବ ଝା ଜନତା ଦଳ (ୟୁନାଇଟେଡ)ର ଶୈଳେନ୍ଦ୍ର କୁମାରଙ୍କୁ 20,601 ଭୋଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି। ୨୦୨୦ ବିଧାନସଭା ର୍ନିବାଚନରେ, ଆପର ସଞ୍ଜୀବ ଝା ୮୮୧୫୮ ଭୋଟରେ ବିଜୟୀ ହୋଇଥିଲେ ଏବଂ ଜେଡି(ୟୁ)ର ଶୈଳେନ୍ଦ୍ର କୁମାର ୫୧୪୪୦ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଥିଲେ।
ଗୋପାଳ ରାୟ କହିଛନ୍ତି ଯେ ଯଦି ଦିଲ୍ଲୀର ଲୋକମାନେ ଯେଉଁ ପ୍ରତିଶ୍ରୁତି ଆଧାରରେ ଭାଜପାକୁ ର୍ନିବାଚିତ କରିଛନ୍ତି, ଏହି ପ୍ରସଙ୍ଗ ଗୃହରେ ଉଠାଯିବ। ଆତିଶୀ କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ଆମ ଆଦମୀ ପାର୍ଟିକୁ ବିରୋଧୀ ଭୂମିକା ଦେଇଛନ୍ତି। ବିରୋଧୀ ଦଳ ଭାବରେ ଆମେ ଆମର ଦାୟିତ୍ୱ ପାଳନ କରିବୁ। ଦିଲ୍ଲୀବାସୀଙ୍କୁ ଭାଜପା ଦେଇଥିବା ପ୍ରତିଶ୍ରୁତି ଆମ ଆଦମୀ ପାର୍ଟି ପୂରଣ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଥମ କ୍ୟାବିନେଟରେ 2500 ଟଙ୍କା ପାସ ହେବ, ଏହା ମୋଦୀଜୀଙ୍କ ଗ୍ୟାରେଣ୍ଟି ଥିଲା କିନ୍ତୁ ଏହା ପୂରଣ ହୋଇନଥିଲା।