ଜୁନ ୧ଯାଏ ବଢ଼ିଲା ଲକ୍‌ଡାଉନ

ପାଟନା,୨୪।୫: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାରରେ କରୋନାର ବର୍ଦ୍ଧିତ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜୁନ ୧ଯାଏ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଲକ୍‌ଡାଉନ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କିଛିଟା ହ୍ରାସ ପାଇଛି। ତେଣୁ କରୋନା ଚେନ୍‌ ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ସରକାର ବଢ଼ାଇବା ପାଇଁ ବିଚାର କରିଥିଲେ। ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ କରୋନା ସର୍ମ୍ପକରେ ଆଲୋଚନା ହେବା ସହ ଏହି ନିଷ୍ପତ୍ତି ନିଆଯାଇଥିଲା।

Share