Advertisement

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ରାଜ୍ୟରେ ସେପ୍ଟେମ୍ବର ୬ଯାଏଁ ଲକ୍‌ଡାଉନ କଟକଣା ଜାରି ରହିବ। ତେବେ ଏହି ସମୟରେ କେତେକ କଟକଣାକୁ କୋହଳ କରାଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ମଙ୍ଗଳବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୧୬ ଯାଏଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଥିଲା। ସୂଚନାଯୋଗ୍ୟ, ବିହାର ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ସେଥିମଧ୍ୟରୁ ୭୨ ହଜାରରୁ ଊର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇଥିବା ବେଳେ ୩୧ହଜାର ଚିକିତ୍ସାଧିନ ଓ ୪୬୧ଜଣଙ୍କ ମୃତ୍ୟୁ ଘଟିସାରିଛି। ବିହାରରେ କରୋନା ପ୍ରକୋପକୁ ଦେଖି ନୀତୀଶ ସରକାର କେତେକ କଟକଣା ଜାରି କରିଛନ୍ତି। ସକାଳ ୧୦ଟାରୁ ରାତି ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବା ସହ କୋଭିଡ ନିୟାମାନୁସାରେ ଦୋକାନ ବଜାର ଖୋଲା ରହିବ। ତେବେ ଶପିଂ ମଲ୍‌ ଓ ଧାର୍ମିକ ସ୍ଥଳକୁ ଏବେ ଖୋଲିବାକୁ ସରକାର ଅନୁମତି ଦେଇ ନ ଥିବା ସୂଚନା ରହିଛି। ସେହିପରି ରେଷ୍ଟୁରାଣ୍ଟରେ କେବଳ ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share