ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ପାଟନା,୩୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପୁଣିଥରେ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଏଣିକି ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ପୂର୍ବଭଳି ରହିବ ଲକ୍‌ଡାଉନ କଟକଣା। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ଘୋଷଣା କରିଛନ୍ତି। ସୋମବାର କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ ସହ ହୋଇଥିବା ବୈଠକ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିସହ ସରକାର ଏକ ନୂଆ ଗାଇଡ୍‌ଲାଇନ ଜାରି କରି କେତେକ କଟକଣା କୋହଳ କରିଛନ୍ତି। ତେବେ ନୂଆ ଗାଇଡ୍‌ଲାଇନ ଅନୁସାରେ ଦୋକାନ ଖୋଲିବା ନେଇ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଗୋଟିଏ ଦିନର ଅନ୍ତରରେ ସମସ୍ତ ଆବଶ୍ୟକୀୟ ଦୋକାନ ଯଥା ଫଳ, ପନିବରିବା, ବିହନ ଓ ଚାଷ ଉପକରଣ ଦୋକାନ ସବୁ ସକାଳ ୬ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଏହି ସମୟରେ ଲୋକମାନେ କିପରି ସାମାଜିକ ଦୂରତ୍ୱ ରକ୍ଷା କରିବେ ଓ ମାସ୍କ ପିନ୍ଧିବେ ସେନେଇ ଜିଲାପାଳ ତଦାରଖ କରିବେ। ଏଥିସହ ଘରୋଇ କାର୍ଯ୍ୟାଳୟ, ସ୍କୁଲ କଲେଜ ଆଦି ବନ୍ଦ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ମାତ୍ର ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରେଳ ଓ ବିମାନ ସେବା ସମେତ କେବଳର ଦୁର ଦୂରାନ୍ତକୁ ଯାତ୍ରା କରୁଥିବା ଲୋକଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

Share