ନୂଆଦିଲ୍ଲୀ,୪।୬: ବିହାରର ୪୦ଟି ଲୋକସଭା ଆସନ ପାଇଁ ଗଣତି ଭୋଟ ଗଣତି ଚାଲୁ ରହିଥିବାବେଳେ ଏନ୍ଡିଏ ଆଗରେ ରହିଛି। ୩୪ ଆସନରେ ଲିଡ୍ ଜାରି ରଖିଥିବା ଏନ୍ଡିଏର ଭାଜପା ୧୩ ସିଟ୍, ଜେଡିୟୁ ୧୫, ଲୋଜପା ରାମବିଳାଶ ୫ ସିଟ୍ରେ ଆଗରେ ରହିଛନ୍ତି। ଅନ୍ୟପଟେ ଇଣ୍ଡିଆ ମେଣ୍ଟ ୬ଟି ଆସନରେ ଆଗରେ ରହିଛି। ଆର୍ଜେଡି ଏବଂ ବାମପନ୍ଥୀ ଦଳ ଚଳିତ ନିର୍ବାଚନରେ ଖାତା ଖୋଲିପାରନ୍ତି।
ଭାଜପାର କେନ୍ଦ୍ରମନ୍ତ୍ରୀ ଆର୍କେ ସିଂ ପଛରେ ପଡ଼ିଥିବା ଦେଖିବାକୁ ମିଳୁଛି। ଗିରିରାଜ ସିଂ ବେଗୁସରାଇ ଏବଂ ନିତ୍ୟାନନ୍ଦ ରାୟ ଉଜିୟାରପୁର ପ୍ରାଥମିକ ପର୍ଯ୍ୟାୟରେ ପଛରେ ରହିଥିବା ବେଳେ ବର୍ତ୍ତମାନ ଆଗରେ ରହିଛନ୍ତି।