Categories: ଜାତୀୟ

ବ୍ୟାଣ୍ଡ ବାଜା, ପ୍ରୋସେଶନ ସହ ପୋଷା କୁକୁରକୁ ବିଦାୟ ଦେଲେ ମାଲିକ

ସମାସ୍ତିପୁର (ବିହାର),୧୯।୫: କୁକୁର ମଣିଷର ଭଲ ବନ୍ଧୁ। ଆଉ ଭଲ ବନ୍ଧୁର ବିଦାୟ ସଭିଙ୍କ ପାଇଁ କଷ୍ଟ ଦାୟକ। ଏହାକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ପୋଷା କୁକୁରର ମୃତ୍ୟୁ ପରେ ତାକୁ ବ୍ୟାଣ୍ଡ ବାଜା ଓ ପ୍ରୋସେଶନ ସହ ବିଦାୟ ଜଣାଇଛନ୍ତି ଜଣେ ବ୍ୟକ୍ତି। ବିହାରର ସମସ୍ତିପୁରର ବିଦ୍ୟାପତି ନଗରରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

ଶବ ସତ୍କାର ପାଇଁ କୁକୁରକୁ ନିଆଯାଉଥିବାବେଳେ ଶେରପୁର ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପ୍ରୋସେଶନରେ ଟୋନି (କୁକୁର) ପାଇଁ ଲଗାଯାଇଥିଲା ‘ତେର ମେହରବାନିୟା’ ଗୀତ। ତା’ର ମୃତଦେହକୁ ମଙ୍ଗଳବାର ହିନ୍ଦୁ ରୀତିନୀତିରେ ସତ୍କାର କରିଥିଲେ ମାଲିକ ନରେଶ ସାହ। ୧୨ ବର୍ଷ ତଳେ ସୋନପୁର ମେଳାରୁ ଟୋନିକୁ କିଣି ଆଣିଥିଲେ। ଟୋନି ଆସିବା ପରେ ବଦଳି ଯାଇଥିଲା ତାଙ୍କ ଆର୍ଥିକ ସ୍ଥିତି। ସେ କୁକୁର ନୁହେଁ, ତାଙ୍କ ପରିବାରର ସଦସ୍ୟ ଥିଲା ବୋଲି ନରେଶ କହିଛନ୍ତି।

Share