Advertisement

ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ନ ଲଗାଇବାକୁ ଦାବି କଲେ ମନ୍ତ୍ରୀ

ପାଟନା,୭।୪: ମସ୍‌ଜିଦରେ ଡାକବାଜି ଯନ୍ତ୍ରର ଉତ୍କଟ ଶବ୍ଦ ଉପରେ ରୋକୋ ଲଗାଇବା ପାଇଁ ଗୁରୁବାର ବିହାର ଭାଜପା ମନ୍ତ୍ରୀ ଦାବି କରିଛନ୍ତି। ମସ୍‌ଜିଦରେ ଅଜାନ ସମୟରେ ଲାଉଡ୍‌ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ ବିହାରର ଭାଜପା ମନ୍ତ୍ରୀ ଜନକ ରାମ ଦାବି କରିଛନ୍ତି। ବାବା ସାହେବ ଆମ୍ବେଦକର ସମ୍ବିଧାନର ଆଳ ଦେଖାଇ ସେ କହିଛନ୍ତି, ହିନ୍ଦୁମାନଙ୍କ ପର୍ବରେ ଡିଜେ ଓ ଦ୍ରୁତ ଗତିରେ ଯାନବାହନ ଚଳାଇବା ଉପରେ କଟକଣା ଲଗାଯାଇଥାଏ। ତେବେ ଉକ୍ତ ସମ୍ବିଧାନ ଆଧାରରେ ମସ୍‌ଜିଦରେ ମଧ୍ୟ ଉଚ୍ଚ ସ୍ବରରେ ବାଜୁଥିବା ଲାଉଡ୍‌ସ୍ପିକରକୁ ମଧ୍ୟ ବାରଣ କରାଯିବା ଉଚିତ ବୋଲି ଜନକ ରାମ କହିଛନ୍ତି। ଏଥିସହ ସେ କହିଛନ୍ତି, ମସ୍‌ଜିଦ ଆଖପାଖରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ରହିବା ସହ ଛାତ୍ରଛାତ୍ରୀମାନେ ମଧ୍ୟ ରହୁଛନ୍ତି। ସକାଳୁ ସକାଳୁ ଏହି ଉତ୍କଟ ଶବ୍ଦ ଦ୍ୱାରା ସେମାନଙ୍କୁ ସମସ୍ୟା ଉପୁଜିଥାଏ ବୋଲି ଭାଜପା ମନ୍ତ୍ରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share