Posted inଜାତୀୟ

ଥାନାରେ ସ୍ବାମୀଙ୍କ ସହ ମିଶି ଆତ୍ମହତ୍ୟା କଲେ ନାବାଳିକା: ଥାନା ଜାଳିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପାଟନା,୧୮।୫: ବିହାର ଅରାରିଆରେ ଏକ ଅଭବାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷର ଝିଅ ତାଙ୍କ ଭିଣେଇ ମିଠୁ ସିଂଙ୍କ ସହିତ ମିଶି ତରବାରୀ ପୋଲିସ ଷ୍ଟେଶନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ମଧ୍ୟରେ ଏକ ପ୍ରେମ ସମ୍ପର୍କ ଚାଲିଥିଲା। ଦୁହେଁ ମଧ୍ୟ ଦୁଇ ଦିନ ପୂର୍ବରୁ ବିବାହ କରିଥିଲେ। ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ପୋଲିସ ଗୁରୁବାର ଉଭୟଙ୍କୁ ଗିରଫ କରିଥିଲା। ପୋଲିସ ଉଭୟଙ୍କୁ ପୋଲିସ ଷ୍ଟେଶନରେ ରଖିଥିଲା। କୁହାଯାଉଛି ଯେ, ମିଠୁ ୁ ସିଂ ତାଙ୍କ ଶାଳିଙ୍କୁ ଡାକିଥିଲେ। ଏହା ପରେ ଦୁହେଁ ଓଢଣୀ ଲଗାଇ ଥାନା ଫାଟକରେ ଝୁଲି ପଡିଥିଲେ। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।
ଏଠାରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ତରବାରୀ ପୋଲିସ ଷ୍ଟେଶନକୁ ଘେରିଯାଇ ଭଙ୍ଗାରୁଜା କରିବା ସହ ପୋଲିସ ଷ୍ଟେଷନରେ ନିଆଁ ଲଗାଇ ଦେଇଥିଲେ। ସୂଚନା ପରେ ସଦର ଏସଡିପିଓ ରାମପୁକର ସିଂଙ୍କ ସମେତ ଅନେକ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଏଥିରେ କ୍ରୋଧିତ ଗ୍ରାମବାସୀ ବିରୋଧ ଜାରି ରଖି ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ସଦର ଏସଡିପିଓ ଙ୍କ ସମେତ ୫ ଜଣ ପୋଲିସ ଆହତ ହୋଇଛନ୍ତି। ଲୋକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ପୋଲିସ ପ୍ରଥମେ ଲାଠି ଚାର୍ଜ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର

ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ...

Chhattisgarh: ସୁକମାରେ ୧୭ ନକ୍ସଲ ସଫା, ୧୧ ମହିଳା ବି ସାମିଲ

ରାୟପୁର,୨୯।୩: ଛତିଶଗଡ଼ର ସୁକମା ଏବଂ ଦାନ୍ତେୱାଡା ଜିଲାର ସୀମାରେ ଶନିବାର ସକାଳେ ନକ୍ସଲ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୫୦୦-୬୦୦...

ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ

ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ...

Bihar Board 10th Toppers: ବିହାର ମାଟ୍ରିକ ପରୀକ୍ଷା ଫଳାଫଳର ୪୮୯ ନମ୍ବରର ରହସ୍ୟ କ’ଣ, ୧୦ ଛାତ୍ରୀ ଟପ୍ପର

ପାଟନା,୨୯।୩: ବିହାର ସ୍କୁଲ ପରୀକ୍ଷା ବୋର୍ଡ (BSEB) ଆଜି ୨୦୨୫ ମସିହାର ମାଟ୍ରିକ (ଦଶମ) ପରୀକ୍ଷା ଫଳାଫଳ ଘୋଷଣା କରିଛି। ସମ୍ପୂର୍ଣ୍ଣ ଫଳାଫଳ ସମୟରେ, ୪୮୯...

ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା

ହାଇଦଦ୍ରାବାଦ,୨୯।୩: ତେଲଙ୍ଗାନାର ପେଡ୍ଡାପାଲି ଜିଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ, ତାଙ୍କ ମାଆବାପା ତାଙ୍କ ୧୯ ବର୍ଷୀୟ...

ଶାହାଙ୍କ ବଡ଼ ଦାବି, କହିଲେ ୩୦ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ଶାସନ କରିବ ଭାଜପା

ନୂଆଦିଲ୍ଲୀ,୨୯।୩: ଭାରତୀୟ ଜନତା ପାର୍ଟି(ଭାଜପା) ଅତି କମରେ ୩୦ ବର୍ଷ ପାଇଁ କେନ୍ଦ୍ରରେ କ୍ଷମତାରେ ରହିବ। ଏହା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ସେ...

ଧୋନୀଙ୍କୁ ଯୋଗୁ ହାରିଲା CSK: ବର୍ଷିଲେ ପୂର୍ବତନ ଖେଳାଳି

ଚେନ୍ନାଇ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗସକୁ ୫୦ ରନରେ ପରାସ୍ତ କରିଥିଲା। ଏହି ମୁକାବିଲାରେ CSK ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ରବିଚନ୍ଦ୍ରନ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର): ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ବର୍ତ୍ତମାନ ସୁଦ୍ଧା ୧୬ଜଣ ମାଓବାଦୀଙ୍କ ମୃତଦେହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image