Categories: ଜାତୀୟ

ପ୍ରେମିକ ସହ ସ୍ତ୍ରୀଙ୍କୁ ବାହା କଲେ ସ୍ବାମୀ

ପାଟନା:
ପ୍ରେମ ଅନ୍ଧ। କିନ୍ତୁ ବିବାହିତ ହୋଇ ଅନ୍ୟ ଜଣଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପାପ। ଅନୈତିକ ସମ୍ପର୍କକୁ ନେଇ ଅନେକ ସ୍ଥାନରେ ଝଗଡ଼ା ସାଙ୍ଗକୁ ହତ୍ୟାକାଣ୍ଡ ଘଟୁଥିବା ଦେଖିବାକୁ ମିଳିଛି। ଏ ପ୍ରକାର ଘଟଣାର ଅନ୍ତ ଖୁସପ୍ରଦ ହୋଇ ନ ଥିବାବେଳେ କିନ୍ତୁ ବିହାରର ନଓ୍ବାଦାରେ ଘଟିଛି କିଛି ଅଲଗା। ବିଳମ୍ବିତ ରାତିରେ ସ୍ତ୍ରୀଙ୍କୁ ପ୍ରେମିକ ସହ ପାଇବା ପରେ ସ୍ବାମୀ ଦୁହିଁଙ୍କ ବିବାହ କରିଦେଇଛନ୍ତି। ରାତିରେ ସ୍ବାମୀ କାମକୁ ଚାଲିଯିବା ପରେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ସମ୍ପର୍କୀୟ ସେମାନଙ୍କୁ ଏକାଠି ଦେଖିବା ପରେ ଗାଁ ସାରା କଥା ହାଲା ହୋଇଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ବାମୀ ଦୁହିଁଙ୍କୁ ନିକଟସ୍ଥ ଶିବ ମନ୍ଦିରକୁ ନେଇଯାଇଥିଲେ। ସେଠାରେ ଗାଁ ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଥିଲେ। ଖବର ମୁତାବକ ମହିଳାଙ୍କ ୨ଟି ପିଲା ଥିବାବେଳେ ତାଙ୍କ ପ୍ରେମିକ ମଧ୍ୟ ବିବାହିତ ଏବଂ ତାଙ୍କର ୩ ପିଲା ଅଛନ୍ତି। ୧୯୯୯ ମସିହାରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରୁ ପ୍ରୋତ୍ସାହିତ ହୋଇ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Share