Categories: ଜାତୀୟ

ଅଗଷ୍ଟ ୧୬ରେ ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ପାଟନା,୧୧।୮: ବିହାରର ମେଣ୍ଟସରକାରର କ୍ୟାବିନେଟ ସମ୍ପ୍ରସାରଣ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିହାରର କ୍ୟାବିନେଟର ସମ୍ପ୍ରସାରଣ ଅଗଷ୍ଟ ୧୬ରେ ହୋଇପାରେ ବୋଲି ଏକ ସୂତ୍ରରୁ ସୂଚନା ରହିଛି। ଅନ୍ୟପଟେ ଅଗଷ୍ଟ ୨୪ରେ ବିହାରରେ ଫ୍ଲୋର ଟେଷ୍ଟ ହେବ। ହେଲେ ଏହା ପୂର୍ବରୁ ବିହାରରେ କ୍ୟାବିନେଟର ଚିତ୍ର ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କ ସରକାରରେ ୭ଟି ଦଳ ସାମିଲ ଅଛି। ମଙ୍ଗଳବାର ଏହି ୭ଟି ଦଳର ୧୬୪ଜଣ ବିଧାୟକଙ୍କ ସମର୍ଥନ ଥିବା ନେଇ ନୀତୀଶ କୁମାର ଏକ ଚିଠି ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଥିଲେ। ଏଥିସହ ସରକାର ଗଠନ ପାଇଁ ଦାବି କରିଥିଲେ। କ୍ୟାବିନେଟର ଚିତ୍ର କ’ଣ ହେବ, ଏହା ଭବିଷ୍ୟତରେ ଜଣାପଡିବ, କିନ୍ତୁ ଏହାପୂର୍ବରୁ ସହଯୋଗୀମାନେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି। ଅତିକମ୍‌ରେ ୪ଟି ମନ୍ତ୍ରଣାଳୟ ଦିଆଯାଉ ବୋଲି କଂଗ୍ରେସ ଦାବି କରିଛି।

Share