Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ବିହାର: ଲାଲୁଙ୍କ ନିକଟତମ ସୁନୀଲ ସିଂଙ୍କ ମନ୍ତବ୍ୟ…

ପାଟନା,୮।୭ : ସମ୍ପ୍ରତି ବିହାରର ଶିକ୍ଷା ବିଭାଗକୁ ସାରା ଦେଶରେ ଆଲୋଚନା ହେଉଛି। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଏତେ ଗଭୀର ହୋଇଛି ଏହାର ପ୍ରଭାବ ମହାମେଣ୍ଟ ଉପରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି। ଏହା ଜଣେ ମନ୍ତ୍ରୀ ଏବଂ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ନୁହେଁ, ବରଂ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଲଢ଼େଇ ବୋଲି ଚର୍ଚ୍ଚା ହେଉଛି। ଆରଜେଡି ଦ୍ୱାରା ଏହି ମୋର୍ଚ୍ଚା ଖୋଲାଯାଇଛି। ଲାଲୁ ପ୍ରସାଦ ଯାଦବ ପରିବାରର ନିକଟତମ ଆରଜେଡିର ବିଧାୟକ ସୁନୀଲ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିହାରର ମହାମେଣ୍ଟରେ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଏବଂ କେ.କେ ପାଠକଙ୍କ ମଧ୍ୟରେ ଚାଲିଥିବା ବିବାଦ ଜେଡିୟୁ ଏବଂ ଆରଜେଡି ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରୁଥିବା ସ୍ପଷ୍ଟ ଦେଖାଯାଉଛି। ଆରଜେଡି ନେତାମାନେ ସରକାରଙ୍କ ଉପରେ ଏବଂ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କଡ଼ ା ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ସୁନୀଲ କହିଛନ୍ତି ବିହାର ଏବେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ।

ସୁନୀଲ ସିଂ ପ୍ରଥମ ଫେସବୁକ ପୋଷ୍ଟରେ ଅଧିକାରୀମାନଙ୍କୁ ଟାର୍ଗେଟ କରିଥିଲେ କିନ୍ତୁ ତାଙ୍କ ସମାଲୋଚନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଥିଲା। ସୁନୀଲ ସିଂ କହିଛନ୍ତି ମୁଁ ଫେସବୁକରେ ଯାହା ଲେଖିଛି ତାହା ମୋ ନିଜ ପ୍ରସଙ୍ଗରେ ଲେଖାଯାଇଛି। କିନ୍ତୁ, ମୁଁ କହିପାରେ ବିହାର ଆଉ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ, ସେ ଚେଷ୍ଟା କରୁଛନ୍ତି, କିନ୍ତୁ ସବୁକିଛି ତାଙ୍କ ନିୟନ୍ତ୍ରଣରୁ ଚାଲିଯାଉଛି।

Share