Categories: ଜାତୀୟ

ବିବାଦରେ ବିହାର ପୋଲିସ ଅଧିକାରୀ

ପାଟନା,୧୪।୭: ବିହାରର ଜଣେ ବରିଷ୍ଠ ପୋଲିସ ଅଧିକାରୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଏକ ଆତଙ୍କବାଦୀ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସହ ତୁଳନା କରି ବିବାଦୀୟ ହୋଇଛନ୍ତି। ପାଟନାରୁ ପିଏଫ୍‌ଆଇ ସହ ଜଡ଼ିତ ଦୁଇ ଆତଙ୍କବାଦୀ ଗିରଫ ହେବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ଏସ୍‌ଏସ୍‌ପି ମାନବଜିତ୍‌ ସିଂ ଧିଲନ୍‌ କହିଛନ୍ତି, ଯେପରି ଆର୍‌ଏସ୍‌ଏସ୍‌ ନିଜର ଶାଖା ଖୋଲି ଲାଠି ବ୍ୟବହାର ଶିଖାଉଛି, ସେହିପରି ଶାରୀରିକ ଶିକ୍ଷା ନାମରେ ପିଏଫ୍‌ଆଇ ଯୁବଗୋଷ୍ଠୀକୁ ଡାକି ସେମାନଙ୍କୁ ବିଭ୍ରାନ୍ତ କରିବା ସହ ସଙ୍ଗଠନର ଆଦର୍ଶ ଓ ବିଚାର ଧାରା ପ୍ରଚାର କରୁଥିଲା। ଏହା ଉପରେ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏଭଳି ମନ୍ତବ୍ୟକୁ ଏସ୍‌ଏସ୍‌ପି ମାନବଜିତ୍‌ ତୁରନ୍ତ ପ୍ରତ୍ୟାହାର କରିବା ସହ ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟୁଇଟ୍‌ କରିଛନ୍ତି।

Share