Categories: ଜାତୀୟ

ବିନା ପୋଷ୍ଟମର୍ଟମ-ପଞ୍ଚନାମାରେ ନଦୀକୁ ମୃତଦେହ ଫିଙ୍ଗିଲେ ବିହାର ପୋଲିସ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ…

ପାଟନା,୯।୧୦ : ବିହାରରେ ଜଙ୍ଗଲ ରାଜ ପୁଣି ଫେରିଛି। ଜଙ୍ଗଲ ରାଜକୁ ଭଲ ଶାସନରେ ପରିଣତ କରିବା ପାଇଁ ଦାୟିତ୍ୱବୋଧ ଥିବା ପୋଲିସର ଏକ ସମ୍ବେଦନଶୀଳ ଚେହେରା ଏବେ ସାମ୍ନାକୁ ଆସିଛି। ବାସ୍ତବରେ, ବିହାରର ମୁଜାଫରପୁରରେ ପୋଲିସ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁଘଟିଥିବା ବ୍ୟକ୍ତିଙ୍କ ମୃତଦେହକୁ ଡାକ୍ତରଖାନାକୁ ନ ପଠାଇ ସିଧାସଳଖ ନଦୀରେ ଫିଙ୍ଗି ଦେଇଛନ୍ତି। ମୃତକଙ୍କ ମୃତଦେହ ଅତି ଅମାନୁଷିକ ଭାବରେ ନଦୀରେ ଫିଙ୍ଗି ଦିଆଯାଇଥିଲା।
ଖବର ଅନୁଯାୟୀ, ମୁଜାଫରପୁରର ଫାକୁଲି ଅଞ୍ଚଳରେ ଜାତୀୟ ରାଜପଥ ୨୨ ରେ ଏକ ସଡକ ଦୁର୍ଘଟଣାରେ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଏକ ଅଜ୍ଞାତ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇବା ପରେ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ମୃତଦେହକୁ ଡାକ୍ତରଖାନା ପଠାଇବାକୁ ଅବା ପଞ୍ଚନାମା କରି ନ ଥିଲେ। ବିହାର ପୋଲିସ କର୍ମଚାରୀମାନେ ମୃତଦେହକୁ ରାସ୍ତାରୁ ଉଠାଇ ନେଇଥିଲେ ଏବଂ ଅମାନୁଷିକ ଭାବେ ବାଡ଼ି ସାହାଯ୍ୟରେ ବ୍ରିଜରୁ ନଦୀକୁ ଫିଙ୍ଗି ଦେଇଥିଲେ। ପୋଲିସର ଏହି ଅମାନୁଷିକ କାର୍ଯ୍ୟକୁ ଊପସ୍ଥିତ ଥିବା ଲୋକେ ଫୋନରେ ରେକର୍ଡିଂ କରିଥିଲେ।

ଏବେ ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଳାଗିଛି। ମୃତ ବ୍ୟକ୍ତିଙ୍କ କୌଣସି ତଥ୍ୟ ଜଣା ପଡି ନାହିଁ।
ଭିଡିଓ ଭାଇରାଲ ହେବା ପରେ ବିହାର ପୋଲିସର ସର୍ବଦଳୀୟ ସମାଲୋଚନା ଆରମ୍ଭ ହୋଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଇପାରେ ପୋଲିସ କର୍ମଚାରୀମାନେ ବାଡ଼ି ସାହାଯ୍ୟରେ ମୃତହେବ ବ୍ରିଜରୁ ନଦୀକୁ ଫିଙ୍ଗି ଦେଉଛନ୍ତି। ତେବେ ଏହି ଭିଡିଓର ତାରିଖ ନିଶ୍ଚିତ ହୋଇପାରି ନାହିଁ। ଭିଡିଓ ଭାଇରାଲ ହେବା ପରେ ପୋଲିସ ରାତିରେ ମୃତଦେହକୁ ନଦୀରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଦୋଷୀ ପୋଲିସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ପୋଲିସ ଏ ସମ୍ପର୍କରେ କହିଛି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା, କେବଳ ରାସ୍ତାରେ ପଡ଼ିଥିବା ଅବଶେଷକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ମାତ୍ର ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଜଣେ ପୋଲିସ ମୃତଦେହକୁ ନଦୀରେ ଫିଙ୍ଗିବା ପାଇଁ ବ୍ରିଜର ରେଲିଂରେ ଗୋଡରେ ଧରି ରଖିଛନ୍ତି। ଏହା ପରେ ଅନ୍ୟ ଜଣେ ପୋଲିସ ବାଡ଼ି ସାହାଯ୍ୟରେ ମୃତଦେହକୁ ନଦୀରେ ଭିଙ୍ଗୁଛନ୍ତି। ଭିଡିଓରେ ଅନେକ ଲୋକ ଘଟଣାସ୍ଥଳରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ଜିଲାର ଏସଏସପି କହିଛନ୍ତି ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଦୋଷୀ ସାବ୍ୟସ୍ତ ହେଲେ ସେ ସମ୍ପୃକ୍ତ ପୋଲିସଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

Share