ପାଟନା,୧୪।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପାଟନାରେ ସାକ୍ଷାତ କରିଛନ୍ତି। ନୀତୀଶ କୁମାର ନିଜେ ବୁଧବାର ଏହା ନିଶ୍ଚିତ କରି କହିଛନ୍ତି, ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଅଛି, ତେଣୁ ମୁଁ ତାଙ୍କୁ ଭେଟିଛି। ଆଉ କିଛି ନୁହେଁ। ପ୍ରଶାନ୍ତ କିଶୋର ପୁନର୍ବାର ଦଳ ସହ ଯୋଡି ହେବା ପ୍ରଶ୍ନ ଉପରେ ନୀତୀଶ କହିଛନ୍ତି ସେପରି କିଛି କଥାବାର୍ତ୍ତା ହୋଇନାହିଁ। ବାକି କଥା ସେ କହିବେ। ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ, ନିକଟରେ ନୀତୀଶ ଏବଂ ପ୍ରଶାନ୍ତଙ୍କ ମଧ୍ୟ ବାକ୍ଯୁଦ୍ଧ ଲାଗିଥିଲା। ଉଭୟଙ୍କ ପରସ୍ପରକୁ ସମାଲୋଚନ କରିଥିଲେ। କଟୁ ଭାଷଣ ପରେ ଏହି ସାକ୍ଷାତକୁ ନେଇ ବଡ ରାଜନୈତିକ ଅର୍ଥ ମଧ୍ୟ ବାହାର କରାଯାଉଛି।