Categories: ଜାତୀୟ

ବଦଳିପାରେ ବିହାର ରାଜନୀତି: ଚିରାଗ ପାଶଓ୍ବାନଙ୍କୁ ମିଳିଲା ବଡ ଅଫର୍‌

ନୂଆଦିଲ୍ଲୀ,୭।୩: ବିହାରରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଆସନ ବଣ୍ଟନ ନେଇ ଦ୍ୱନ୍ଦ୍ୱ ରହିଛି। ସୂଚନା ଅନୁଯାୟୀ, ଲୋକ ଜନଶକ୍ତି ପାର୍ଟି(ଏଲଜେପି)ନେତା ଚିରାଗ ପାଶୱାନଙ୍କ ପାର୍ଟିକୁ ନିଜ ଆଡକୁ ଆଣିବା ପାଇଁ ଇଣ୍ଡିଆ ଆଲାଇନ୍ସ ଉଦ୍ୟମ ଆରମ୍ଭ କରିଛି। ଚିରାଗଙ୍କ ଦଳକୁ ବିହାରରେ ୮ଟି ଏବଂ ୟୁପିରେ ୨ଟି ସିଟ ବିରୋଧୀ ଦଳ ଦ୍ୱାରା ଅଫର୍‌ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଲଜେପି ଏହି ପ୍ରସଙ୍ଗରେ କୌଣସି ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ଦଳ ଭିତରେ ଆଲୋଚନା ଚାଲିଛି।
ଏନଡିଏରେ ନୀତୀଶ କୁମାରଙ୍କ ପ୍ରବେଶ ପରେ ଚର୍ଚ୍ଚା ହେଉଛି ଯେ ଚିରାଗ ଏନଡିଏରେ ଏବେ ଖୁସି ନାହାନ୍ତି। ଏଥି ସହିତ ନୀତୀଶ କୁମାର ମଧ୍ୟ ଏନଡିଏରେ ଚିରାଗଙ୍କୁ ଅଧିକ ଗୁରୁତ୍ୱ ଦେବା ସପକ୍ଷରେ ନାହାଁନ୍ତି। ଚିରାଗ ପାଶୱାନ ନିଜକୁ ରାମବିଳାଶର ପ୍ରକୃତ ଉତ୍ତରାଧିକାରୀ ଭାବରେ ବିବେଚନା କରନ୍ତି।

Share