Categories: ଜାତୀୟ

ବିହାରରେ ଲାଗୁ ହେଲା ୭୫ ପ୍ରତିଶତ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାରି କଲେ ନୋଟିଫିକେଶନ

ପାଟନା,୨୧।୧୧: ବର୍ତ୍ତମାନ ବିହାରରେ ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ। ବିହାରର ନୀତୀଶ କୁମାର ସରକାର ଏ ସମ୍ପର୍କରେ ଏକ ଗେଜେଟ ପ୍ରକାଶ କରିଛନ୍ତି। ଏହାର ଅର୍ଥ ହେଉଛି, ବର୍ତ୍ତମାନଠାରୁ ଅନୁସୂଚିତ ଜାତି / ଜନଜାତି, ଇବିସି ଏବଂ ଓବିସିର ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ। ମଙ୍ଗଳବାର ଠାରୁ ଏହା କାର୍ଯ୍ୟକାରୀ କରାଯାଇଛି । ବିହାର ସରକାର ସଂରକ୍ଷଣ ସୀମାକୁ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି।

ବିହାର ସରକାର ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସଂରକ୍ଷଣ ସଂଶୋଧନ ବିଧେୟକ ୨୦୨୩ ଉପସ୍ଥାପନ କରିଥିଲେ। ନଭେମ୍ବର ୯ରେ ଏହା ଉଭୟ ଗୃହ ଦ୍ୱାରା ପାସ ହୋଇଥିଲା। ସଂରକ୍ଷଣର ପରିସରକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାଜପା ମଧ୍ୟ ଏହି ବିଲ୍‌କୁ ସମର୍ଥନ କରିଛି।

Share