ବିହାର,୨୨।୬: ଶୁକ୍ରବାର ଅର୍ଥାତ୍ ଜୁନ ୨୩ରେ ବିହାରରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାମିଲ ହେବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଡିପି ଏ ପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇନାହିଁ, ଏବଂ ଏବଂ ଯଦି ସେ ନିମନ୍ତ୍ରଣ ପାଏ, ତେବେ ସେ ବୈଠକରେ ଯୋଗଦେବା ପାଇଁ କୌଣସି ମନୋବଳରେ ନାହିଁ।
ଅନ୍ୟପକ୍ଷରେ ତେଲଙ୍ଗାନାର କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ମିଳିତ ବିରୋଧୀଙ୍କ ବିଚାରକୁ ପ୍ରତ୍ୟାଖ୍ୟାନ କରିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମିଳିତ ବିରୋଧୀ ଦଳର ବୈଠକରେ ସମସ୍ତେ ଯୋଗ ଦେବେ ବୋଲି ଜଣାପଡିଛି ଏବଂ ବୈଠକରେ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ବାକି ରହିଛି।