Categories: ଜାତୀୟ

ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବାଦା,(ବିହାର)୩୧।୭: ବିହାରର ବିରାଜୁଲି ଥାନା ଅଧୀନ ଗାରିବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛ। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ରବିବାର ସନ୍ଧ୍ୟାରେ ଘଟିଥିବା ବେଳେ ଏହାର ଭିଡିଓ ଭାଇରାଲ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି।

Share