Categories: ଜାତୀୟ

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶାହା ପରିସ୍ଥିତିକୁ ଅନୁଧ୍ୟାନ କରି ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କୁହାଯାଉଛି ବିହାରକୁ ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବିହାର ସରକାର ମଧ୍ୟ ଏଥିପାଇଁ ଅନୁରୋଧ କରିଥିଲେ।

Share