ଭୁବନେଶ୍ୱର,୨।୬(ବ୍ୟୁରୋ) : ଦେଶରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ମାମଲା। ଏହାରି ଭିତରେ ମଙ୍କିପକ୍ସ ମାମଲାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗତ ମାସ ସୁଦ୍ଧା ଦେଶରେ ମଙ୍କିପକ୍ସର କୌଣସି ତଥ୍ୟ ନାହିଁ । ଯଦି ମଙ୍କିପକ୍ସର ପ୍ରଭାବ ଦେଶରେ ବ୍ୟାପେ ତେବେ ଭାରତ ସରକାରଙ୍କର ୨ ପ୍ରକାରର ସର୍ଭିଲାନ୍ସ ଯଥା କମ୍ୟୁନିଟି ସଭିଲାନ୍ସ ଏବଂ ହସ୍ପିଟାଲ ସର୍ଭିଲାନ୍ସ । ଯଦି ଏହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ଟେଷ୍ଟ କରାଯିବା ସହ ଆଇସୋଲେଶନରେ ରଖାଯିବ। ସେହିପରି ଛୋଟ ପିଲା ଆକ୍ରାନ୍ତ ହେଲେ ସେମାନଙ୍କ ଉପରେ କଡା ନଜର ରହିବ। ବର୍ତ୍ତମାନ ରାଜ୍ୟର ଥିବା ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଙ୍କିପକ୍ସ ଉପରେ ଅବଗତ କରାଯାଇଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।