ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ ଦିଆସରିଲାଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେଭିତରୁ ୯୫% ପ୍ରଥମ ଡୋଜ ପାଇଛନ୍ତି । ଉଭୟ ପ୍ରଥମ ଓ ଦ୍ୱିିତୀୟ ଡୋଜ ୮୦.୬% ନେଇଛନ୍ତି । ୧୫ରୁ ୧୭ବର୍ଷ ଟିକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬% ଟିକା ନେଇସାରିଲେଣି ।